ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡ଼ି ପଞ୍ଚାୟତର ଜିଆର୍ଏସ୍(ଗ୍ରାମ ରୋଜଗାର ସେବକ) ନିରାକର ମହାନ୍ତ ଗୁରୁବାର ରାତିରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁଯାୟୀ, ତୁରୁମୁଙ୍ଗା ବଜାରରେ ଜବକାର୍ଡ ରେଜିଷ୍ଟ୍ରେଶନ ସକାଶେ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଏହି ଚାଢ଼ାଉରେ ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ, ଦୈତାରୀ ଘଡେଇ, ଦୁଷ୍ମନ୍ତ ନାଏକ ପ୍ରମୁଖ ସାମିଲ ଥିଲେ।