ମାସକ ଭିତରେ ଜିଏସ୍‌ଏସ୍‌ଓ୍ବାଇ ମେଧାବୃତ୍ତି ଆବେଦନ ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଗତ ଦୁଇବର୍ଷ ହେଲା ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା(ଜିଏସ୍‌ଏସ୍‌ଓ୍ବାଇ) ମେଧାବୃତ୍ତି ଆବେଦନ ଜିଲାସ୍ତରରେ ପଡ଼ିରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏକମାସ ଭିତରେ ୨୦୨୧-୨୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷର ଆବେଦନକୁ ବିଭାଗ ନିକଟକୁ ପଠାଇବା ପଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଓଡ଼ିଶାରେ ସ୍ବାତକ ଓ ସ୍ନାତକୋତ୍ତର ପଢ଼ିବା ପାଇଁ ଅବହେଳିତ ବର୍ଗର ଛାତ୍ରୀଛାତ୍ରଙ୍କୁ ସହାୟତା ନିମନ୍ତେ ରାଜ୍ୟ ସରକାର ଜିଏସ୍‌ଏସ୍‌ଓ୍ବାଇ ମେଧାବୃତ୍ତି ଆରମ୍ଭ କରିଥିଲେ। ଯେଉଁଥିରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କୁ ୨୦ହଜାର ଟଙ୍କା ଦିଆଯାଏ। କିନ୍ତୁ ଜିଏସ୍‌ଏସ୍‌ଓ୍ବାଇ ମେଧାବୃତ୍ତି ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ୧୭୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷରେ ୭୨୭ଟି ଆବେଦନ ଜିଲାସ୍ତରରେ ପଡ଼ିରହିଛି। ତେଣୁ ଏକମାସ ଭିତରେ ଆବେଦନର ସମସ୍ତ ଆବେଦନକୁ ଉଚ୍ଚଶିକ୍ଷା ବିଭାଗକୁ ପଠାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।

Share