Categories: ବାଣିଜ୍ୟ

ଆସିଲା ମେ’ମାସର ଜିଏସ୍‌ଟି ରିପୋର୍ଟ, ଜାଣନ୍ତୁ ବଢିଛି ନା କମିଛି…

ନୂଆଦିଲ୍ଲୀ,୧।୬: ମେ’ ୨୦୨୩ରେ ଜିଏସ୍‌ଟି ସଂଗ୍ରହର ଆକଳନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ମେ’ରେ ୧,୫୭,୦୯୦ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଛି। ଯାହା ୨୦୨୨ ମେ’ ତୁଳନାରେ ୧୨ ପ୍ରତିଶତ ଅଧିକ। ୨୦୨୨ ମେ’ ଜିଏସ୍‌ଟି ସଂଗ୍ରହ ୧,୪୦,୮୮୫ ଲକ୍ଷ କୋଟି ଥିଲା। ଅନ୍ୟପକ୍ଷରେ, ଗତ ମାସ ସହିତ ଜିଏସ୍‌ଟି ତୁଳନାରେ ଏହି ମାସ ଜିଏସ୍‌ଟି ସଂଗ୍ରହ ତଥ୍ୟରେ ହ୍ରାସ ଘଟିଛି। ଏପ୍ରିଲ ୨୦୨୩ରେ ଜିଏସ୍‌ଟି ସଂଗ୍ରହ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା।

ମେ ୨୦୨୩ରେ ମୋଟ ୧,୫୭,୦୯୦ ଲକ୍ଷ କୋଟି ମଧ୍ୟରୁ ୨୮,୪୧୧ କୋଟି ଟଙ୍କାର ସିଜିଏସଟି, ୩୫୮୨୮ କୋଟି ଟଙ୍କାର ଏସଜିଏସଟି ଏବଂ ରେକର୍ଡ ୮୧୩୬୩ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଉପରେ ଆମଦାନୀରୁ ଆଦାୟ ହୋଇଥିବା ୪୧,୭୭୨ କୋଟି ଟଙ୍କା କୁ ମିଶାଇ) ଅନ୍ତର୍ଭୁକ୍ତ । ଏଥିରେ ୧୧,୪୮୯ କୋଟି ଟଙ୍କା ସେସ ଅନ୍ତର୍ଭୁକ୍ତ, ଯେଉଁଥିରୁ ୧୦୫୭ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ଆସିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Share