ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ବଢିଛି ୧୨ ପ୍ରତିଶତ

ନୂଆଦିଲ୍ଲୀ,୧।୩: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍‌ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରଣାଳୟ ବିବୃତ୍ତିରେ କହିଛି, ଏହା ୧୨ ମାସ ମଧ୍ୟରେ ଉଚ୍ଚ ସ୍ତରରେ ରହିଛି। ଗତ ବର୍ଷ ଫେବୃଆରୀରେ ଭାରତର ଜିଏସ୍‌ଟି ରାଜସ୍ବ ୧,୩୩,୦୨୬ କୋଟି ଥିଲା।
ଜାନୁଆରୀରେ, ଜିଏସ୍‌ଟି ସଂଗ୍ରହରେ ଏପର୍ଯ୍ୟନ୍ତ ଦ୍ୱିତୀୟ ବୃହତ୍ତମ ବୃଦ୍ଧି ହାସଲ କରାଯାଇଥିଲା। ଏଥିରେ କ୍ରମାଗତ ଏକାଦଶ ମାସ ପାଇଁ ୧.୫୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ରାଜସ୍ବ ହାସଲ କରାଯାଇଛି। ସରକାର ଜାନୁଆରୀରେ ୧,୫୫,୯୨୨ କୋଟି ଅର୍ଥାତ୍‌ ୧.୫୫ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ କରାଯାଇଥିଲା।
ଫେବୃଆରୀ ୨୦୨୩ ପାଇଁ ଜିଏସ୍‌ଟି ସଂଗ୍ରହ ଆକଳନ ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଏହି ମାସରେ ୧୧,୯୩୧ କୋଟି ଟଙ୍କା ସେସ ଭାବରେ ସଂଗ୍ରହ କରାଯାଇଛି, ଯାହା ଜିଏସ୍‌ଟି ଲାଗୁ ହେବା ପରଠାରୁ ସର୍ବୋଚ୍ଚ ସ୍ତର ଅଟେ।

Share