Categories: ବାଣିଜ୍ୟ

୨୬% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧୦: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଆଦାୟ (୧.୪୭ ଲକ୍ଷ କୋଟି ଟଙ୍କା) ଏକ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ଜିଏସ୍‌ଟି ଆଦାୟରେ ୨୬% ବୃଦ୍ଧି ପାଇ ମୋଟ ୧,୪୭,୬୮୬ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଦାୟ ଟିକସ ମଧ୍ୟରୁ କେନ୍ଦ୍ର ଟିକସ (ସିଜିଏସ୍‌ଟି) ୨୫,୨୭୧ କୋଟି ଥିବାବେଳେ ରାଜ୍ୟ ଟିକସ (ଏସ୍‌ଜିଏସ୍‌ଟି) ୩୧,୮୧୩ କୋଟି ରହିଛି। ସେହିଭଳି ଆଇଜିଏସ୍‌ଟି ୮୦,୪୬୪ ଲକ୍ଷ କୋଟି ଟଙ୍କା ହୋଇଛି। ଆଇଜିଏସ୍‌ଟି ଟିକସ ଆଦାୟରେ ସାମଗ୍ରୀ ଆମଦାନୀ କର ୪୧,୨୧୫ କୋଟି ଟଙ୍କା ଆଦାୟ ହୋଇଛି। ସେହିପରି ସେସ୍‌ ବାବଦକୁ ୧୦,୧୩୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେଥିରେ ୮୫୬ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କର ସାମିଲ ରହିଛି। ଅପରପକ୍ଷରେ ସରକାର କେନ୍ଦ୍ର ଟିକସ (ସିଜିଏସ୍‌ଟି) ୩୧,୮୮୦ ଟଙ୍କା ଏବଂ ରାଜ୍ୟ ଟିକସ (ଏସ୍‌ଜିଏସଟି) ପାଇଁ ୨୭,୪୦୩ ଟଙ୍କା ରାଜ୍ୟଗୁଡ଼ିକୁ ଆଇଜିଏସ୍‌ଟି ସେଟେଲମେଣ୍ଟ ପାଇଁ ପ୍ରଦାନ କରିଛନ୍ତି। ତେବେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପ୍ରଦାନ ପରେ କେନ୍ଦ୍ର ପାଖରେ ସେପ୍ଟେମ୍ବର ମାସରେ ୫୭,୧୫୧ ଟଙ୍କା ଏବଂ ରାଜ୍ୟଗୁଡ଼ିକ ପାଖରେ ୫୯,୨୧୬ ଟଙ୍କା ରହିଛି। ଗତ ବର୍ଷ ସେପ୍ଟେମ୍ବର ମାସ ଅପେକ୍ଷା ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହରେ ୨୬% ବୃଦ୍ଧି ହୋଇଛି। ଏପରିକି ଆମଦାନୀ ଦ୍ରବ୍ୟରେ ୩୯% ଏବଂ ଘରୋଇ ଦ୍ରବ୍ୟ ବିକ୍ରିରେ ୨୨% ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ୭.୭ ଇ-ୱେବିଲ୍‌ ଜେନେରେଟ୍‌ ହୋଇଥିବା ବେଳେ ଜୁଲାଇ ମାସରେ ଏହା ୭.୫କୋଟି ରହିଥିଲା। ସେହିପରି ସେପ୍ଟେମ୍ବର ୨୦ ତାରିଖରେ ଗୋଟିଏ ଦିନରେ ସବୁଠାରୁ ଅଧିକ ଅର୍ଥାତ୍‌ ୪୯,୪୫୩ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୮.୭୭ ଲକ୍ଷ ଚାଲାଣ କଟିଥିଲା।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ସେପ୍ଟେମ୍ବରର ଜିଏସ୍‌ଟି ସଂଗ୍ରହ ୧୩% ବୃଦ୍ଧି ପାଇ ୩୭୬୫ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୂଚନା ମିଳିଛି।

Share