Categories: ବାଣିଜ୍ୟ

୧୭ରେ ଜିଏସ୍‌ଟି କାଉନସିଲ ବୈଠକ

ନୂଆଦିଲ୍ଲୀ,୨୭।୧୧: ଚଳିତ ବର୍ଷ ଡିସେମ୍ବର ୧୭ରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଭିଡିଓ କନ୍‌ଫରେନ୍ସରେ ହେବ ବୋଲି ଜଣାପଡିଛି। ଉକ୍ତ ବୈଠକରେ ବିଭିନ୍ନ ବିଷୟ ସାଙ୍ଗକୁ କାସିନୋ, ଅନ୍‌ଲାଇନ ଗେମିଂ ଏବଂ ଘୋଡ଼ାଦୌଡ଼ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ କରିବା ଏବଂ ଜିଏସ୍‌ଟି ଅପିଲିକ୍‌ ନ୍ୟାୟାଧିକରଣ ପ୍ରତିଷ୍ଠା ଦିଗରେ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନ ହେବ ବୋଲି କୁହାଯାଉଛି।

Share