ନୂଆଦିଲ୍ଲୀ,୨୦।୯: ଆସନ୍ତା ଜାନୁୟାରୀ ମାସରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଫାଇଲିଂକୁ କଡ଼ାକଡ଼ି କରାଯିବ। ଯେଉଁ ବାଣିଜ୍ୟ ସଂସ୍ଥାଗୁଡିକ ସମରି ରିଟର୍ନ ଏବଂ ମାସିକ ଜିଏସ୍ଟି ରିଟର୍ନ ଫାଇଲିଂ କରିବେନି ପରବର୍ତ୍ତୀ ମାସଗୁଡିକରେ ଜିଏସ୍ଟିଆର୍-୧ ସେଲ୍ସ ରିଟର୍ନ ଭରିବା କଷ୍ଟକର ହୋଇପଡିବ ବୋଲି ଜଣାପଡ଼ିଛି। ଅନୁପାଳନ ନିୟମକୁ କଡ଼ାକଡ଼ି କରିବା ଲାଗି ନିକଟରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିଲାଗି କେନ୍ଦ୍ରୀୟ ଜିଏସ୍ଟି ଆଇନରେ ମଧ୍ୟ ସଂଶୋଧନ କରାଯିବ। ପୂର୍ବ ମାସରେ ଜିଏସ୍ଟି ଆର୍ ୩ବି ଦାଖଲ କରି ନ ଥିଲେ ଜିଏସ୍ଟି ଆର୍ ୧ ଦାଖଲ କରିବାକୁ ଅନୁମତି ମିଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ରିଫଣ୍ଡ କ୍ଲେମ୍ କରିବାକୁ ଆଧାର ପ୍ରମାଣନ ମଧ୍ୟ ବାଧ୍ୟତାମୂଳକ ହୋଇଛି। ଜିଏସ୍ଟି ଠକେଇ ରୋକିବା ଦିଗରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।