ପାରଳାଖେମୁଣ୍ଡି,୨୫।୪(ଡି.ଏନ.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡ ସ୍ଥିତ ସୁମିତ୍ରା ଅଲ୍ଟ୍ରାଟେକ ସିମେଣ୍ଟ ଏଜେନ୍ସିରେ ବ୍ରହ୍ମପୁର ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୭ ଜଣିଆ ଟିମ୍ ସାମିଲ୍ ଥିବା ଜଣାପଡିଛି। ଏଜେନ୍ସିର ମୁଖ୍ୟ ଆଉଟଲେଟ, ଗୋଦାମ, ଓ ବସଷ୍ଟାଣ୍ଡ ନିକଟସ୍ଥ ଖୁଚୁରା ଦୋକାନ ଉପରେ ଏକକାଳୀନ ଜିଏସଟି ଟିମ ଚଢାଉ କରି ଖୋଳତାଡ଼ ଆରମ୍ଭ କରିଛି। ତେବେ ଏହି ଟିମ୍ ଜିଏସଟିରେ ବ୍ୟାପକ ଠକେଇ ଅଭିଯୋଗକୁ ଆଧାର କରି ବିକ୍ରି, ଷ୍ଟକ, ଟ୍ୟାକ୍ସ ପେମେଣ୍ଟ, ଓ ଆକାଉଣ୍ଟ ଟ୍ରାନଜେକ୍ସନ ଉପରେ ଯାଞ୍ଚ କରୁଛନ୍ତି ।
ତେବେ ଟ୍ୟାକ୍ସ ପେମେଣ୍ଟ ଜନିତ ଅନିୟମିତତା ଦେଖାଦେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନଫୋର୍ସମେଣ୍ଟ ଅଧିକାରୀ କହିଛନ୍ତି।