ରାଉରକେଲା ଅଫିସ,୧୫।୧: ଇସ୍ପାତ ସହରରେ ଜିଏସ୍ଟି ଠକେଇ ଥମିବାର ନାଁ ନେଉନି। ଶୁକ୍ରବାର ପୁଣି ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି ଅଭିଯୋଗ ହୋଇଛି। ଝୁନୁ ପାମ୍ପଡ ବିକ୍ରି କରୁଥିବା ବେଳେ ତାଙ୍କ ନାଁ ରେ ୧୩ ଲକ୍ଷ ୩୮ ହଜାର ୧୦୮ ଟଙ୍କା ଜିଏସ୍ଟି ଠକେଇ ଅଭିଯୋଗ ହୋଇଛି। ତାଙ୍କ ନାଁରେ ତ୍ରିନେତ୍ର ଟ୍ରେଡର୍ସ ନାମକ ଏକ ଜାଲ କମ୍ପାନି ଖୋଲି ୭୫ ଲକ୍ଷର କାରବାର ହୋଇଛି। ଏ ନେଇ ଜିଏସ୍ଟି କର୍ତ୍ତୃପକ୍ଷ ଅବଗତ ହେଲାପରେ ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଏହି ବସ୍ତିର ୩ ଜଣ ବ୍ୟକ୍ତି ପୂର୍ବରୁ ଏଭଳି ଠକେଇର ଶିକାର ହୋଇଛନ୍ତି। ସେମାନେ ଚା’ ବିକାଳି, ଅଟୋ ଚାଳକ, ମୁଢି ଓ ପାମ୍ପଡ଼ ବିକି ଜୀବିକା ନିର୍ବାହ କରୁଛନ୍ତି।