ଅଳଙ୍କାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ସହର ଚିଡ଼ିଆ ପୋଲ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ଅଳଙ୍କାର ଦୋକାନ ଉପରେ ଶୁକ୍ରବାର ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୋକାନ ପକ୍ଷରୁ ଗୋଟିଏ ଜିଏସ୍‌ଟି ବିଲ ନମ୍ବରରେ ଭିନ୍ନ ଭିନ୍ନ ରସିଦ କାଟି ଗରାଖମାନଙ୍କୁ ଦେଉଥିବାର ଅଭିଯୋଗ ହୋଇଛି।