ଜିଏସଟି ଟିମର ଚଢ଼ାଉ, ୭୦ ହଜାର ଟଙ୍କା ଜରିମାନା ଆଦାୟ

କୋକସରା,୮।୬(ଡି.ଏନ.ଏ.): କଳାହାଣ୍ଡି ସିଟିଓ ନିଳାଦ୍ରୀ ବିହାରୀ ଦାଢିଆଙ୍କ ନେତୃତ୍ୱରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ କୋକସରା ପେଟ୍ରୋଲ ପମ୍ପ ନିକଟରେ ସନ୍ଦେହରେ ଏକ ମାଲ ବୋଝେଇ ପିକ୍‌ଅପ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ଗାଡିରେ ସୋଲାର ଷ୍ଟିଟ ଲାଇଟ ସାମଗ୍ରୀ ନେଇ ଯାଜପୁରରୁ ନବରଙ୍ଗପୁର ଯାଉଥିବା ଜଣାପଡିଥିଲା। ଉକ୍ତ ସାମଗ୍ରୀ ଜିଏସଟି ଅନ୍ତର୍ଭୁକ୍ତ ଥିବାବେଳେ ଜିଏସଟି ବିଲ ସମ୍ବନ୍ଧୀୟ କୌଣସି କାଗଜପତ୍ର ନ ଥିବା ଦର୍ଶାଇ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ମାଲ ପରିବହନ କରୁଥିବା ମନୋଜ ନାୟକଙ୍କଠାରୁ ୭୦,୦୨୬ ଟଙ୍କା ଜରିମାନା ଆଦାୟ କରାଯାଇଥିବା ନେଇ ସିଟିଓ ନୀଳାଦ୍ରି ବିହାରୀ ଦାଢିଆ ସୂଚନା ଦେଇଛନ୍ତି। ଏହି ଚଢାଉରେ ପାରେଶ୍ୱର ସାହୁ, ହରେକୃଷ୍ଣ ସାହୁ, ନୈମିଶ ସାହୁ, ସୁଧାଂଶୁ ବେହେରା ସମେତ କୋକସରା ଥାନା କର୍ମଚାରୀ ସହଯୋଗ କରିଥିଲେ।

 

Share