ବରଗଡ଼ ଅଫିସ,୪।୧୦: ବରଗଡ଼ ସହରରେ ରହିଥିବା ଏକ ସୁନା ଗହଣା ଦୋକାନ ହରି ଜୁଏଲର୍ସରେ ସୋମବାର ଜିଏସ୍ଟି ଚଢାଉ ଚାଲିଛି। ଜିଏସ୍ଟିର ଏକ ୫ଜଣିଆ ଟିମ୍ ଏହି ଚଢାଉରେ ନିୟୋଜିତ ରହିଛନ୍ତି। ଚଢାଉ ଜାରି ରହିଥିବା ଯୋଗୁ ସେମାନେ ବର୍ତ୍ତମାନ କିଛି କହିବାକୁ ମନା କରି ଦେଇଛନ୍ତି। ତେବେ ଜିଏସ୍ଟି ଫାଙ୍କିବା ଅଭିଯୋଗରେ ଏହି ଚଢାଉ ଚାଲିଛି ବୋଲି ସୂଚନା ମିଳିଛି।