ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ାଉ

କେନ୍ଦୁଝର,୧୦ା୬(ସ୍ବ.ପ୍ର.): କେନ୍ଦୁଝରଗଡ଼ ପାୈରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସରୋଜ କୁମାର ସାହୁଙ୍କ ରିଦ୍ଧିସିଦ୍ଧି ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଶୁକ୍ରବାର କେନ୍ଦ୍ରୀୟ ଜିଏସ୍‌ଟି (ଇଣ୍ଟେଲିଜେନ୍ସ) ପକ୍ଷରୁ ଚଢାଉ ଜାରି ରହିଛି। ସେ ଜଣେ ପୂର୍ବତନ ବିଧାୟକଙ୍କ ଅନୁଗତ। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ତେବେ ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଏହି ଚଢାଉ ଚାଲିଥିବା କୁହାଯାଉଥିଲେ ହେଁ କ’ଣ ଅନିୟମତତା ହୋଇଛି ତାହା ଜଣାପଡ଼ିନାହିଁ। ଭୁବନେଶ୍ୱରରୁ ପ୍ରାୟ ୬ଟି ଗାଡ଼ିରେ ଅଧିକାରୀମାନେ ଆସି ତାଙ୍କ ମାଧପୁର ସ୍ଥିତ ଅଫିସ ତଥା ଅନ୍ୟାନ୍ୟ ସ୍ଥାନରେ ସକାଳୁ ଏହି ଚଢାଉ ଜାରି ରଖିଛନ୍ତି।

Share