Categories: ବାଣିଜ୍ୟ

ଏପ୍ରିଲରେ ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ,୧।୫: ଏପ୍ରିଲ ୨୦୨୩ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ଇତିହାସ ସୃଷ୍ଟି କରିଛି। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ରେକର୍ଡ ସଂଖ୍ୟକ ଅଟେ।

ମାର୍ଚ୍ଚ ୨୦୨୩ରେ ଦେଶର ଜିଏସ୍‌ଟି ଆଦାୟ ୧,୬୦,୧୨୨ କୋଟି ଟଙ୍କା ଥିଲା। ସେହିପରି ଗତ ବର୍ଷ ଏପ୍ରିଲ ୨୦୨୨ରେ ୧,୬୭,୫୪୦ କୋଟି ଟଙ୍କା ଥିଲା। ତେବେ ଗତ ଏପ୍ରିଲ ତୁଳନାରେ, ଚଳିତ ବର୍ଷ ଏପ୍ରିଲରେ ୧୯,୪୯୫ କୋଟି ଟଙ୍କା ଅଧିକ ଜିଏସ୍‌ଟି ଆଦାୟ କରାଯାଇଛି।

ଜିଏସ୍‌ଟି ଆଦାୟର ତଥ୍ୟ ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ କହିଛି, ଏପ୍ରିଲ ୨୦୨୩ରେ ଜିଏସ୍‌ଟି ଆଦାୟ ଗତ ବର୍ଷ ଏପ୍ରିଲ ମାସ ତୁଳନାରେ ୧୨ ପ୍ରତିଶତ ଅଧିକ। ଏପ୍ରିଲ ୨୦ରେ ଗୋଟିଏ ଦିନରେ ୯.୮ ଲକ୍ଷ କାରବାର ହୋଇଥିଲା, ଯେଉଁଥିରେ ଗୋଟିଏ ଦିନରେ ୬୮,୨୨୮ କୋଟି ଟଙ୍କା ଜିଏସ୍‌ଟି ଆଦାୟ କରାଯାଇଥିଲା।

Share