ଧର୍ମଶାଳା,୨୯ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚଢ଼େଇଧରାସ୍ଥିତ ଏକ କ୍ରଶର ଓ କଳାପଥର ଖାଦାନ ମାଲିକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଜିଏସ୍ଟି ଚଢ଼ାଉ କରାଯାଇଛି। ବିକ୍ରିକର ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ବିକ୍ରିକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ହେଲେ ଚଢ଼ାଉର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗତ କିଛି ଦିନ ତଳେ ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼େଇଧରା, ଡଙ୍କାରୀ ଓ ରାହାଡ଼ପୁର ଅଞ୍ଚଳରେ ଥିବା ଏକାଧିକ କ୍ରଶର ଉପରେ ଚଢ଼ାଉ କରାଯାଇଥିଲା। ୨ ଗାଡ଼ିରେ ଏକ ଟିମ ପୂର୍ବାହ୍ନରେ ପହଞ୍ଚତ୍ ଚଢ଼ାଉ କରିଥିଲେ। ଏ ସମ୍ପର୍କରେ ଜିଏସ୍ଟି ଟିମ୍ର ଅଧିକାରୀମାନେ କୌଣସି ତଥ୍ୟଦେବାକୁ ମନା କରିଦେଇଛନ୍ତି।