ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଟିମ୍‌

ମୋରଡ଼ା,୨୮।୧୨(ସ୍ମାରକ ମାଜୀ): ଟିକସ୍‌ ଫାଙ୍କିବା ଅଭିଯୋଗରେ ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଟିମ୍‌ ଚଢ଼ାଉ କରିଛି l

ସୂଚନା ଅନୁଯାୟୀ, ଜିଏସ୍‌ଟି ବିଭାଗ ଡେପୁଟି କମିଶନର କୁଳମଣି ମଲ୍ଲିକ ଏବଂ ସହକାରୀ କମିଶନର ହରିଶ୍ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ବାରିପଦା ଓ ବାଲେଶ୍ୱର ୪ଟି ଜିସ୍‌ଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ମିଳିତ ଭାବେ ବ୍ୟବସାୟୀ ମୁଚିରାମ ବେହେରାଙ୍କ ମୋରଡାସ୍ଥିତ ଘର, ବଳଦିଆ ଗ୍ରାମରେ ଥିବା ଇଟାଭାଟି ଏବଂ ବାଘଡାରେ ଥିବା ଫ୍ଲାଏଆଶ୍‌ ଇଟାଭାଟି ଉପରେ ଏକକାଳୀନ ଚଢ଼ାଉ କରିଥିଲେ। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବା ବେଳେ ଜିଏସଟି ଟିମ୍‌ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

Share