ନୂଆଦିଲ୍ଲୀ,୧୧।୧୧: ପେଟ୍ରୋଲ, ଡିଜେଲ ସମେତ ଅନ୍ୟ ପେଟ୍ରୋଲିୟମ ପ୍ରଡକ୍ଟକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ପରିସରଭୁକ୍ତ କଲେ ତେଲ ଉପରେ ଲାଗୁ ହେଉଥିବା କମିବ। ଏହା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ରାଜସ୍ବ ବଢ଼ିବ ବୋଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର କହିଛନ୍ତି। ରାଜ୍ୟ ସରକାରଗୁଡ଼ିକ ଏ କ୍ଷେତ୍ରରେ କେନ୍ଦ୍ରକୁ ସହଯୋଗ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଶ୍ଚିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍ଟି କାର୍ଯ୍ୟକାରୀ କରାଇବେ ବୋଲି ଗଡକରୀ ମତ ରଖିଛନ୍ତି। ବର୍ତ୍ତମାନ ତେଲକୁ ଜିଏସ୍ଟି ପରିସରଭୁକ୍ତ କରାଇବା ନେଇ କିଛି ରାଜ୍ୟ ସହମତ ହୋଇପାରୁନାହାନ୍ତି।