Categories: ବାଣିଜ୍ୟ

ଜିଏସ୍‌ଟି ଲାଗିଲେ ତେଲ ଟିକସ ବୋଝ କମିବ:ଗଡକରି

ନୂଆଦିଲ୍ଲୀ,୧୧।୧୧: ପେଟ୍ରୋଲ, ଡିଜେଲ ସମେତ ଅନ୍ୟ ପେଟ୍ରୋଲିୟମ ପ୍ରଡକ୍ଟକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କଲେ ତେଲ ଉପରେ ଲାଗୁ ହେଉଥିବା କମିବ। ଏହା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ରାଜସ୍ବ ବଢ଼ିବ ବୋଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର କହିଛନ୍ତି। ରାଜ୍ୟ ସରକାରଗୁଡ଼ିକ ଏ କ୍ଷେତ୍ରରେ କେନ୍ଦ୍ରକୁ ସହଯୋଗ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଶ୍ଚିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି କାର୍ଯ୍ୟକାରୀ କରାଇବେ ବୋଲି ଗଡକରୀ ମତ ରଖିଛନ୍ତି। ବର୍ତ୍ତମାନ ତେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଇବା ନେଇ କିଛି ରାଜ୍ୟ ସହମତ ହୋଇପାରୁନାହାନ୍ତି।

Share