Categories: ଖେଳ

ମୋହାଲିରେ ଜିଟି-ପିବିକେଏସ ମୁହାଁମୁହିଁ…

ମୋହାଲି,୧୩।୪ : ଆଇପିଏଲ ସିରିଜ ୧୬ର ୧୮ତମ ମ୍ୟାଚରେ ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ।
ଏହି ମ୍ୟାଚରେପିବିକେଏସ ଅଧିନାୟକ ଶିଖର ଧାୱନ ଏବଂ ଜିଟି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁହାଁମୁହିଁ ହେବେ।

ଗୁଜରାଟ ଟାଇଟାନ୍ସ ପୂର୍ବ ଖେଳରେ ଥିବା ରିଙ୍କୁ ସିଂଙ୍କ ଅବିସ୍ମରଣୀୟ ବ୍ୟାଟିଂକୁ ଭୁଲି କିଛି ନୂଆ କରିବାର ଯୋଜନା କରିଛି।
କୋଲକାତା ନାଇଟ ରାଇଡରର୍ସଠାରୁ ପରାଜୟ ସତ୍ତ୍ୱେ ଗୁଜୁରାଟ ଏକ ସକରାତ୍ମକ ନେଟ ରନ ହାର ସହିତ ଚତୁର୍ଥ ସ୍ଥାନରେ ଅଛି।

ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ।

ପଞ୍ଜାବ କିଙ୍ଗସ ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ପ୍ରଭାସମ୍ରନ ସିଂ, ଶିଖର ଧାୱନ(ଅଧିନାୟକ), ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ସିକନ୍ଦର ରଜା / ଭାନୁକା ରାଜପକ୍ସା, ସାମ କୁରାନ, ଶାହାରୁଖ ଖାନ, ହରପ୍ରୀତ ବ୍ର, ରାହୁଲ ଚହର, ନାଥାନ ଏଲିସ / କାଗିସୋ ରାବାଡା, ଅର୍ଶଦୀପ ସିଂ ପ୍ରମୁଖ ଅଛନ୍ତି।

ସେହିପରି ଗୁଜରାଟ ଟାଇଟାନ୍ସର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ରିଦ୍ଧିମାନ ସାହା, ଶୁଭମାନ ଗିଲ, ସାଇ ସୁଧରସନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମହମ୍ମଦ ଶାମି, ଅଲଜାରି ଜୋସେଫ, ଜୋଶୁଆ ଲିଟିଲ ଅଛନ୍ତି।

Share