Categories: ଖେଳ

ଏମଆଇକୁ ୨୦୮ ରନର ବିଜୟ ଲକ୍ଷ୍ୟ ଦେଲା ଜିଟି…

ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଗୁଜରାଟ ଟାଇଟାନ୍ସକୁ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଜିଟି ଟିମ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଜିଟି ୬ ଓ୍ବିକେଟ ହରାଇ ୨୦୭ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୮ ରନ ରହିଛି।

ଜିଟି ପକ୍ଷରୁ ଶୁଭାମନ ଗିଲ ୫୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ, ବିଜୟ ଶଙ୍କର ୧୯ , ଅଭିନବ ମନୋହର ୪୨, ଡେଭିଡ ମିଲର ୪୬, ରାହୁଲ ତଓ୍ବୋତିଆ ୨୦ ରନ କରିଥିଲେ।

Share