Categories: ବାଣିଜ୍ୟ

ବଜାରରେ ଜିଟି ଟେକ୍ସା ଇ-ମୋଟରସାଇକେଲ

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଦୁଇଚକିଆ ଇଲେକ୍ଟ୍ରିକ୍‌ ଭେଇକିଲ(ଇଭି) ନିର୍ମାତା ଜିଟି ଫୋର୍ସର ବହୁ ପ୍ରତୀକ୍ଷିତ ଇ- ମୋଟରସାଇକେଲ (ଇଲେକ୍ଟ୍ରିକ ମୋଟରସାଇକେଲ) ‘ଜିଟି ଟେକ୍ସା’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ସହରାଞ୍ଚଳ ଚାଳକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ ଏହି ଅତ୍ୟାଧୁନିକ ଇଭି ବାଇକ୍‌ରେ ଆଡ୍‌ଭାନ୍ସଡ ଟେକ୍ନୋଲୋଜି, ଅତୁଳନୀୟ କାର୍ଯ୍ୟଦକ୍ଷତା ଓ ପରିବେଶ-ଅନୁକୂଳ ଯାତାୟାତକୁ ଏକତ୍ରିତ କରିଛି। ବିଶେଷକରି ଏହାର ହାଲୁକା ଡିଜାଇନ ଓ ବୈପ୍ଳବିକ ଫିଚରଗୁଡିକ ସହିତ ଜିଟି ଟେକ୍ସାରେ ଏକ ଇନ୍‌ସୁଲେଟେଡ୍‌ ବିଏଲ୍‌ଡିସି ମୋଟର ରହିଛି, ଯାହା ୮୦କେଏମ୍‌ପିଏଚ୍‌ର ଟପ୍‌ ସ୍ପିଡ୍‌ ପ୍ରଦାନ କରୁଛି।

ଏହାର ୩.୫ କେଡବ୍ଲ୍ୟୁଏଚ୍‌ ଲିଥିୟମ-ଆୟନ ବ୍ୟାଟେରୀ ଏକ ସିଙ୍ଗଲ ଚାର୍ଜରେ ୧୨୦-୧୩୦ କି.ମି.ର ରେଞ୍ଜ ଦେଉଛି। ଅଟୋ- କଟ ସହ ମାଇକ୍ରୋ-ଚାର୍ଜର ସହ ସୁସଜ୍ଜିତ ଏହି ମୋଟରସାଇକେଲକୁ କେବଳ ୪ରୁ୫ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ କରାଯାଇପାରିବ। ୧୮୦ କି.ଗ୍ରା.ର ଲୋଡ୍‌ କ୍ଷମତା ଓ ୧୮ଡିଗ୍ରୀର ଗ୍ରେଡ୍‌ ଆବିଲିଟି ସହ ଜିଟି ଟେକ୍ସାକୁ ସହରୀ ଭୂଭାଗରେ ବିଜୟ ଲାଭ କରିବା ପାଇଁ ଡିଜାଇନ କରାଯାଇଛି। ଅପରପକ୍ଷରେ ଏହାର ବଜାର ମୂଲ୍ୟ (ଏକ୍ସ-ଶୋ’ରୁମ ମୂଲ୍ୟ) ୧,୧୯,୫୫୫ ଟଙ୍କା ରହିଛି।

ଏ ସମ୍ପର୍କରେ ଜିଟି ଫୋର୍ସର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ତନେଜା କହିଛନ୍ତି, ଆମେ ସହରୀ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଟି ଟେକ୍ସାକୁ ଯତ୍ନର ସହ ଡିଜାଇନ ଓ ନିର୍ମାଣ କରିଛୁ, ଯାହା ସେମାନଙ୍କୁ ସୁରକ୍ଷା କିମ୍ବା କାର୍ଯ୍ୟଦକ୍ଷତାରେ ସାଲିସ୍‌ ବିନା ଉନ୍ନତ ଚାଳନା ଅନୁଭୂତି ଦେବ। ଆମେ ବହୁସଂଖ୍ୟକ ବୁକିଂ ହାସଲ କରିବୁ ବୋଲି ନିଶ୍ଚିତ ରହିଛୁ ଏବଂ ଧାର୍ଯ୍ୟ ସମୟରେ ଚାହିଦାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ, ଜିଟି ଟେକ୍ସାର ସ୍ବତନ୍ତ୍ର ବିକ୍ରି ପ୍ରସ୍ତାବ ଏହାର ନିର୍ମାଣ ପ୍ରବୃତିରେ ଅନ୍ତର୍ନିହିତ ରହିଛି,ଯାହା ପାରମ୍ପରିକ ଆଇସିଇ ମୋଟରସାଇକେଲ ତୁଳନାରେ ଉନ୍ନତ ଅଟେ। ସେହିଭଳି ୨ଟି ଆକର୍ଷଣୀୟ ରଙ୍ଗ ବ୍ଲାକ୍‌ ଓ ରେଡ୍‌ରେ ଏହା ଉପଲବ୍ଧ ହେଉଥିଲାବେଳେ ଏଥିରେ ଟ୍ୟୁବ୍‌ଲେସ ଟାୟାର, ୮୦-୧୦୦/୧୮ର ଫ୍ରଣ୍ଟ ସାଇଜ, ୧୨୦-୮୦/୧୭ର ରିୟର ଟାୟାର ସାଇଜ ରହିଛି, ଯାହା ସୁଗମ ଓ ଆରାମଦାୟକ ଚାଳନାକୁ ନିଶ୍ଚିତ କରୁଛି।

Share