Categories: ଖେଳ

ଆଜି ଘରୋଇ ପଡ଼ିଆରେ ଦିଲ୍ଲୀକୁ ଭେଟିବ ଗୁଜରାଟ

ଅହମ୍ମଦାବାଦ,୨।୫: ଆଇପିଏଲ ୨୦୨୩ର ୪୪ ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗୁଜରାଟ ୮ଟି ମ୍ୟାଚ ଖେଳି ୬ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦିଲ୍ଲୀ ୮ଟି ମ୍ୟାଚ ଖେଳି ୨ଟିରେ ଜିତି ପଏଣ୍ଟ ଟେବୁଲର ୧୦ ସ୍ଥାନରେ ରହିଛି। ତେବେ ଆଜିର ଏହି ମ୍ୟାଚରେ ଦିଲ୍ଲୀ ଜିତିବା ପାଇଁ ସଂଘର୍ଷ କରିବ।

ପୂର୍ବ ମ୍ୟାଚରେ ଗୁଜରାଟ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଖେଳିଥିଲା। ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଗୁଜରାଟ ୭ ଉଇକେଟ୍‌ରେ ବିଜୟୀ ହୋଇଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଏହାର ପୂର୍ବ ମ୍ୟାଚରେ ହାଇଦ୍ରାବାଦ ସନରାଇଜର୍ସ ସହିତ ଜୋରଦାର ଲଢେଇ ହୋଇଥିଲା। ଯେଉଁଥିରେ ଦିଲ୍ଲୀକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Share