Categories: ଖେଳ

ଆଇପିଏଲର ୫୭ ତମ ମ୍ୟାଚ: ଆଜି ଜିଟି-ଏମ୍‌ଆଇ ଲଢେଇ

ମୁମ୍ବାଇ,୧୨।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ମ୍ୟାଚ ଜିତି ଗୁଜୁରାଟ ଦଳ ପ୍ଲେ ଅଫ ପ୍ରବେଶ କରିବାକୁ ଚାହୁଁଥିବାବେଳେ ରୋହିତ ଶର୍ମାଙ୍କ ଦଳ ମଧ୍ୟ ଏହି ମ୍ୟାଚ ଜିତିବାକୁ ଆଶା ରଖିଛି। ମ୍ୟାଚ ସମୟରେ ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ।

Share