Categories: ଖେଳ

ଆଜି ଗୁଜରାଟରେ ଜିଟି-ଏମ୍‌ଆଇ ମୁହାଁମୁହିଁ…

ଅହମ୍ମଦାବାଦ,୨୫।୪: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ଗୁଜରାଟ ଟାଇଟନ୍ସ(ଜିଟି)। ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏହାପୂର୍ବରୁ ଗତ ସିଜନରେ ଦୁଇ ଦଳଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଯେଉଁଥିରେ ମୁମ୍ବାଇ ବାଜି ମାରିନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୭୭ ରନ କରିଥିଲା। ଫଳରେ
ଗୁଜରାଟ ପାଇଁ ବିଜୟ ଲକ୍ଷ୍ୟ ୧୭୬ ରହିଥିବା ବେଳେ ଦଳ ୧୭୨ ରନ କରିବାରେ ସକ୍ଷମ ହୋଇଥିଲା। ତେବେ ଦଳ ୫ ରନରେ ମୁମ୍ବାଇଠାରୁ ପରାଜୟ ହୋଇଥିଲା।

ଗୁଜରାଟ ଟାଇଟନ୍ସ ୬ଟି ମ୍ୟାଚ ଖେଳି ୪ଟିରେ ଜିତିଥିବା ବେଳେ ପଏଣ୍ଟ ଟେବୁଲର ଚତୁର୍ଥରେ ରହିଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ୬ଟି ମ୍ୟାଚ ଖେଳି ୩ ଟି ଜିତି ଚତୁର୍ଥରେ ରହିଛି।

Share