Categories: ଖେଳ

ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଅହମ୍ମଦାବାଦ,୧୫।୫: ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି।
ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗୁଜରାଟ ଗୁଜରାଟ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ପଏଣ୍ଟ ଟେବୁଲରେ ଜିଟି ଦଳ ପ୍ରଥମ ସ୍ଥାନରେ ଏବଂ ଏସଆରଏଚ ଦଳ ନବମ ସ୍ଥାନରେ ରହିଛି। ଜିଟି ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୮ ଟି ଜିତିଛି ଏବଂ ୪ ଟି ହାରିଛି ।

Share