ଜିଟି ବିଜୟୀ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ୮ ରନ୍‌ରେ ବିଜୟୀ ହୋଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟିର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କେକେଆର୍‌ ଅଧିନାୟକ ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଛି।

ଜିଟି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୬ ରନ୍‌ କରିଥିଲା। କେକେଆର୍‌ ପାଇଁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଜିଟି ପକ୍ଷରୁ ଓ୍ବିର୍ଦ୍ଧିମାନ ଶାହା ୨୫ ବଲ୍‌ରେ ୨୫ ରନ୍‌ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟ ୪୯ ବଲ୍‌ରେ ୬୭ ରନ୍‌ କରିଥିଲେ। ଡାଭିଡ୍‌ ମିଲ୍‌ର ୨୦ ବଲ୍‌ରେ ୨୭ ରନ୍‌ କରିଥିଲେ।

କେକେଆର୍‌ ବିଜୟ ଲକ୍ଷ୍ୟର ପିଛା କରୀ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୮ ରନ୍‌ ସଂଗ୍ରହ କରିଥିଲା। କେକେଆର୍‌ ପକ୍ଷରୁ ରିଙ୍କୁ ସିଂ ୨୮ ବଲ୍‌ରେ ୩୫ ରନ୍‌ କରିଥିବାବେଳେ ଶ୍ରେୟାସ ଆୟର ୧୫ ବଲ୍‌ରେ ୧୨ ରନ୍‌ କରିଥିଲେ। ଆଣ୍ଡ୍ରେ ରସେଲ ୨୫ ବଲ୍‌ରେ ୪୮ ରନ୍‌ କରିଥିଲେ।

Share