Categories: ଖେଳ

୫୬ ରନରେ ଜିତିଲା ଜିଟି…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)କୁ ୫୬ ରନରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ବିଛା କରି ଏଲଏସଜି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ କରିଥିଲା।

ଏଲଏସଜି ପକ୍ଷରୁ କାୟଲ ମାୟରର୍ସ ୪୮ ରନ କରିଥିବାବେଳେ କ୍ୱିଟୋନ ଡି କକ ୭୦ ରନ, ଦୀପକ ହୁଡା ୧୧ ରନ, ଆୟୁଷ ବାଦୋନି ୨୧ ରନ କରିଥିଲେ।

ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଜିଟି ବ୍ୟାଟିଂ ଆରମ୍ଭ କରିଥିଲା।

ଜିଟି ଧାର୍ଯ୍ୟ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୭ ରନ କରିଥିଲା। ଫଳରେ ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ ରହିଥିଲା।

ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୮୧ ରନ କରିଥିବାବେଳେ ଶୁଭମାନ ଗିଲ ୯୪ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ, ଡେଭିଡ ମିଲର ୨୧ ରନ କରିଥିଲେ।

Share