Categories: ଖେଳ

୭ ଓ୍ବିକେଟରେ ଜିତିଲା ଜିଟି …

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ବିପକ୍ଷରେ ଗୁଜରାଟ ଟାଇଟାନ୍ସ (ଜିଟି) ରନରେ ବିଜୟ ହାସଲ କରିଛି। ଜିଟି ୧୭.୫ଓଭରରେ ୩ ଓ୍ବିକେଟ ହରାଇ ୧୮୦ ରନ କରିଛି।

ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୧୦ ରନ କରିଥିବାବେଳେ ଶୁଭମାନ ଗିଲ ୪୯, ହାର୍ଦ୍ଦିକ ପାଣ୍ଡ୍ୟା ୨୬, ବିଜୟ ଶଙ୍କର ୫୧ , ଡେଭିଡ ମିଲର ୩୨ ରନ କରିଥିଲେ।

କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତିଥିଲା। ଟସ ଜିତି ଦଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି କୋଲକାତା ଦଳ ଅଧିନାୟକ ନୀତୀଶ ରାଣାଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା। କେକେଆର ଧାର୍ଯ୍ୟ ୨୦ ଓଭରରେ ୧୭୯ ରନ କରିଥିଲା। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ ରହିଥିଲାି।
କେକେଆର ପକ୍ଷରୁ ଏନ ଜଗଦିଶନ ୧୯, ରହମତୁଲ୍ଳା ଗୁରବାଜ ୮୧ , ଭେଙ୍କଟେଶ ଆୟାର ୧୧, ରିଙ୍କୁ ସିଂ ୧୯, ଆଣ୍ଡ୍ରେ ରସେଲ ୩୪, ଡେଭିଡ ଓ୍ବାଇଜ ୮ ରନ କରିଥିଲେ।

Share