Categories: ଖେଳ

ଟସ ଜିତିଲା ଜିଟି, ପ୍ରଥମେ ବୋଲିଂ, ବର୍ଷା ଯୋଗୁ ମ୍ୟାଚରେ ବାଧା…

ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ତମ ତଥା ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଛି। ସେହିପରି ଆରସିବି ଦଳ ଅଧିନାୟକ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଛି। ତେବେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ରହିଛି।

Share