ଜିଟିର ଲଢୁଆ ବ୍ୟାଟିଂ, ୭ ୱିକେଟରେ ବିଜୟୀ…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ  ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୮୯ ରନ୍ ଲକ୍ଷ୍ୟର ପିଛା କରି  ଜିଟି  ଲଢୁଆ ବ୍ୟାଟିଂ କରି ୧୯.୩ ଓଭରରେ  ୩ ୱିକେଟ ହରାଇ ୧୯୧ ରନ୍ ସଂଗ୍ରହ କରି ୭ ୱିକେଟରେ ବିଜୟୀ ହୋଇଛି ।

ଜିଟି  ପକ୍ଷରୁ ଶୁବମାନ ଗିଲ୍ ୨୧ ବଲରେ  ୩୫ ରନ୍ , ମାଥ୍ୟୁ ୱାଡେ ୩୦ ବଲରେ ୩୫ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ୨୭  ବଲରେ   ୪୦ ରନ୍ କରିଥିଲେ । ସେହିପରି ଡେଭିଡ୍ ମିଲର ଅପରାଜିତ ଭାବେ ୩୮  ବଲରେ  ୬୮ ରନ୍ କରିଥିଲେ ।

ପଶ୍ଚିମବଙ୍ଗର କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ନିର୍ଦ୍ଧାରିତ ୨୦ ଓଭରରେ ଆର୍‌ଆର୍‌ ଟିମ୍‌ ୬ ଓ୍ବିକେଟ ହରାଇ ୧୮୮ ରନ୍‌ କରିଥିଲା। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୯ ରନ୍‌ ରହିଥିଲା।

ଆର୍‌ଆର୍‌ ପକ୍ଷରୁ ଜୋସ୍‌ ବଟଲର ୫୬ ବଲ୍‌ରେ ୮୯ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେହିପରି ସଞ୍ଜୁ ସାମସନ୍‌ ୨୬ ବଲ୍‌ରେ ୪୭ ରନ୍‌, ଦେବଦୁତ ପାଦିକଲ୍‌ ୨୦ ବଲ୍‌ରେ ୨୮ ରନ୍‌ କରିଥିଲେ।

Share