ବିଇଓ ଅଫିସ ଘେରିଲେ ଅଭିଭାବକ

ଗଞ୍ଜାମ,୧୦ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ପ୍ରତ୍ୟାହାର ଦାବି ଜୋର ଧରିଛି। ଶିକ୍ଷକଙ୍କ ବଦଳିକୁ ବିରୋଧ କରି ପ୍ରଥମେ ଛାତ୍ରୀଛାତ୍ର ଓ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ସୋମବାର ଅଭିଭାବକମାନେ ବିଇଓ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଇଓ ଦାୟିତ୍ୱରେ ଥିବା ସୁଚିତ୍ରା ପାଣିଗ୍ରାହୀ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରକାଶ ଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ଥିଲେ। ପରିଚାଳନା କମିଟି ବାରମ୍ବାର ଦାବି କରିବା ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅନ୍ୟପଟେ ପ୍ରଧାନ ଶିକ୍ଷକ ୬ ମାସ ପରେ ଅବସର ନେବେ। ତେଣୁ ପିଲାମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ବିଇଓଙ୍କ ସହ ଆଲୋଚନା ବେଳେ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ବୃନ୍ଦାବନ ପ୍ରଧାନ, ଧନୁ ସାହୁ, ଅଜୟ ପ୍ରଧାନ, ପିଣ୍ଟୁ ସାହୁ, ଶଙ୍କର ପରିଡା, ବିଷ୍ଣୁ ସାହୁ, ଗଙ୍ଗା ସ୍ବାଇଁ, ସଞ୍ଜୟ ସାହୁ, କାଳିଆ ପ୍ରଧାନ, ବଳି ତରାଇ, କାଳିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୪।୪(ମନ୍ମଥ ମିଶ୍ର): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏହି ପବିତ୍ର ଦିନରେ ଉତ୍ସବ ମୁଖର ହୋଇ ଉଠିଛି...

ହାଇଦ୍ରାବାଦ: SRH ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୪।୪: ସୋମବାର ହାଇଦ୍ରାବାଦର ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ ପରେ SRH ଖେଳାଳିମାନଙ୍କୁ ପାର୍କ ହାୟାତରୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ...

ଶିମିଳିପାଳ ବଫର ଜୋନ୍‌ରେ ବୁଲୁଛି କଳା ମହାବଳ

ବାରିପଦା,୧୪।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ୍‌ରେ କଳା ମହାବଳ ବାଘ ବୁଲୁଛି। ଯାହାର ଭିଡିଓ ସୋସିଆଲ ମିଡିିଆରେ...

ତେଜିଲା ନ୍ୟାୟ ପ୍ରଦାନ ଦାବି: ୧୭ ଘଣ୍ଟା ପରେ ଛାତ୍ରୀଙ୍କ ମୃତଦେହ ନେଲେ ପରିବାର

ଉଦଳା,୧୩ା୪(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଏସ୍‌ଏସ୍‌ଡି ଆଶ୍ରମ ବିଦ୍ୟାଳୟରେ ରବିବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ...

ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମା’ ତାରିଣୀ ମନ୍ଦିର ପାଇଁ ୨୫୦ କୋଟିର DPR

ଭୁବନେଶ୍ୱର,୧୪ା୪: ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଘଟଗାଁସ୍ଥିତ ଆରାଧ୍ୟା...

ନବୀନଙ୍କୁ ରାଜାଙ୍କ ଚିଠି, ହାଇଜ୍ୟାକ୍‌ କଥା କହି ତେରେଛା ବାଣ ମାରିଲେ ଦେବୀ

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ନେତାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ଦେଖିବାକୁ ମିଳୁଛି। ୱାକଫ୍‌ ବିଲ୍‌ ପ୍ରସଙ୍ଗରେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ...

କ୍ୟାମେରାରେ କଏଦ ହେଲା ହତ୍ୟାକାରୀଙ୍କ ଭୟଙ୍କର ଚେହେରା

ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ରବିବାର ରାତିରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ଜଣେ ବ୍ୟବସାୟୀ ମନୋଜ ନାଏକଙ୍କୁ ବୀଭତ୍ସ ଭାବରେ ହତ୍ୟାକରି ହତ୍ୟାକାରୀ ଜଣକ ଫେରାର ମାରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image