ବର୍ନାଡୋ ଆରେଭାଲୋ ହେବେ ଗୁଏଟମାଲାର ପରବର୍ତ୍ତି ରାଷ୍ଟ୍ରପତି

ଗୁଏଟମାଲା,୨୧।୮: ବର୍ନାଡୋ ଆରେଭାଲୋ ଗୁଏଟମାଲାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ରବିବାର ପର୍ଯ୍ୟନ୍ତ ଗୁଏଟମାଲାରେ ରାଷ୍ଟ୍ରପତି ନିର୍ବାଚନର ୯୫ ପ୍ରତିଶତ ଭୋଟ ଗଣତି ହୋଇ ସାରିଥିଲା, ଯେଉଁଥିରେ ୫୯.୧ ପ୍ରତିଶତ ଭୋଟ ବର୍ନାଡୋ ଆରେଭାଲୋଙ୍କୁ ମିଳିଥିଲା। ବର୍ନାଡୋ ଆରେଭାଲୋ ପୂର୍ବତନ ପ୍ରଥମ ମହିଳା ରାଷ୍ଟ୍ରପତି ସାଂଡ୍ରା ଟୋରେସକୁ ହରାଇଛନ୍ତି, ଟୋରେସଙ୍କୁ ମାତ୍ର ୩୬.୧ ପ୍ରତିଶତ ଭୋଟ ମିଳିଛି।

ପ୍ରୋଗ୍ରେସିଭ ମୁଭିମେଣ୍ଟୋ ସୋମିଲା ପାର୍ଟିର ପ୍ରାର୍ଥୀ ବର୍ନାଡୋ ଆରେଭାଲୋ ଜଣେ ପୂର୍ବତନ କୂଟନୀତିଜ୍ଞ। ଆଜି ଲୋକଙ୍କ ସ୍ବର କଥା ହୋଇଛି ଏବଂ ଏହା ସ୍ପଷ୍ଟ ଯେ ଆରେଭାଲୋ ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ଜିତିଛନ୍ତି ବୋଲି ଗୁଏଟେମାଲା ନିର୍ବାଚନ ଟ୍ରିବ୍ୟୁନାଲର ସଭାପତି ଇର୍ମା ପାଲେନ୍ସିଆ ରବିବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବର୍ନାଡୋ ଆରେଭାଲୋ ତାଙ୍କ ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୁର୍ବରୁ ଟୁଇଟର)ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ଲଙ୍ଗ ଲାଇଭ ଗୁଏଟେମାଲା।

Share