ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍‌ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା। ଇଣ୍ଟରନେଟ୍‌ରେ କନିକାଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ ସମୂଦ୍ର କୂଳରେ ଖ୍ରୀଷ୍ଟ୍ରିୟାନ୍‌ ରୀତିରେ ବିବାହ କରୁଥିବା ଦେଖିବାକୁ ମିଳୁଛି। ଏହି ଅବସରରେ ଅଭିନେତ୍ରୀ ଧଳା ରଙ୍ଗର ଏକ ସୁନ୍ଦର ପୋଷାକ ପିନ୍ଧିଥିବା ବେଳେ ମୁଣ୍ଡରେ ଫୁଲ ଲଗାଇଛନ୍ତି। ସେହିପରି ବର କଳାରଙ୍ଗର ପୋଷାକ ପିନ୍ଧିଛନ୍ତି। ତେବେ ଫଟୋ ଦେଖିବାକୁ ମିଳୁଥିବା ପୁଅ ଜଣଙ୍କ କିଏ? ସତରେ କନିକା ବିବାହ କରିଛନ୍ତି କି ବୋଲି ଏବେ ପ୍ରଶ୍ନ ଉଠୁଛି।
ଏହି ଫଟୋକୁ ପଞ୍ଜାବୀ ସିଙ୍ଗର କାକା ମାନ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହା ପରେ ଏହି ଫଟୋ ଭାଇରାଲ ହେଉଛି। କାକା ଏହି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ସି ଇଜ୍‌ ଲଭ୍‌’।

Share