କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା

ଧର୍ମଶାଳା,୧୫ା୭(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକ୍‌ କୁମାରୀ ପଞ୍ଚାୟତ ଅଧୀନ ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ରେ ଥିବା ଅତିଥିଶାଳା ଏବେ କାମରେ ଲାଗୁନାହିଁ। ଏହା ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି।
ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜିର ବିକାଶ ସହିତ ପାହାଡ଼ ଶୀର୍ଷକୁ ଯିବାପାଇଁ ୧୦ବର୍ଷ ପୂର୍ବେ କଂକ୍ରିଟ୍‌ ଓ ପିଚୁ ରାସ୍ତା ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ବୁଲି ଦେଖିବା ସହ ବଣଭୋଜି କରିପାରିବେ। ହେଲେ ଏହା ଅଞ୍ଚଳବାସୀଙ୍କ କାମରେ ଲାଗିବା ପରିବର୍ତ୍ତେ ପୂର୍ବ ସରକାର ସମୟରେ କେତେଜଣ ନେତା, ଠିକାଦାର ଓ ସରକାରୀ ଅଧିକାରୀଙ୍କ ଏଠାରେ ମଉଜ ମଜଲିସ୍‌ କେନ୍ଦ୍ର ପାଲଟିଥିଲା। ଏବେ ସରକାର ବଦଳିବା ପରେ ଆଉ ତାଲା ଖୋଲୁ ନ ଥିବା ଦେଖିବାକୁ ମିଳିଛି। ଏହା ଏବେ କାହା ଅଧୀନରେ ଅଛି ତାହା ମଧ୍ୟ ଜଣାପଡୁନାହିଁ।
ଏହା ନିକଟ ଦେଇ ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର, ବ୍ରାହ୍ମଣୀ ନଦୀ ଓ ୧୬ନମ୍ବର ଜାତୀୟ ରାଜପଥ ଯାଇଛି। ଗମନାଗମନ ସୁବିଧା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ପାହାଡ଼ ଉପରକୁ ଯାଇପାରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାହାଡ଼ ଉପରକୁ ପିଚୁ ରାସ୍ତା, ଅତିଥିଶାଳା ଏବଂ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ହେଲେ ବିଦ୍ୟୁତ୍‌ ସଂଯୋଗ ଓ ପାଣିର ବ୍ୟବସ୍ଥା ନ ଥିବାରୁ ଏସବୁ ଅବ୍ୟବହୃତ ଅବସ୍ଥାରେ ରହିଛି। ପରିଚାଳନା ବ୍ୟବସ୍ଥା ନ ଥିବାରୁ ଏଠାରେ ନାନାଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଅସାମାଜିକ ଯୁବକ ପଇଁତାରା ମାରୁଥିବାରୁ ମହିଳା ପର୍ଯ୍ୟଟକ ଏଠାରେ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ପ୍ରେମୀଯୁଗଳଙ୍କୁ ଧମକ ଚମକ ଦିଆଯାଇ ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରାଯାଉଛି। ପାହାଡ଼ ବୁଲାଇବାକୁ କହି କିଛି ବର୍ଷ ପୂର୍ବେ ଏଠାରେ କୁଆଖିଆ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଆଣି ହତ୍ୟା କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଏଠାରେ ହତ୍ୟା କରାଯିବା ସହିତ ତାଙ୍କ ଝିଅଙ୍କୁ ବଳାତ୍କାର କରାଯାଇଥିଲା। ପାହାଡ଼ରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଥିଲା। ଏପରିକି ଧର୍ମଶାଳା ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌ ପାଇଁ ଦୁର୍ବୃତ୍ତ ଦେଉଳି ପାହାଡ଼ରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିବାବେଳେ ଏକାଧିକ ଥର ଧରାପଡ଼ିଛନ୍ତି। ଏଠାରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଏହା ଏବେ ଅସୁରକ୍ଷିତ ହୋଇପଡ଼ିଛି। ପାହାଡ଼ ସମ୍ମୁଖ ଭାଗକୁ ତାରବାଡ଼ ଦିଆଯାଇ ଘେରାବନ୍ଦୀ କରାଯିବା ସହିତ ପାଦଦେଶ ରାସ୍ତାରେ ଏକ ଫାଟକ କରାଯାଇ ଜଗୁଆଳି ବ୍ୟବସ୍ଥା ହେବାକୁ ରାଜନୈତିକ ସ୍ତରରେ ଚିନ୍ତା କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଟା ଦଳିବା ପରେ କାହିଁକି ରଖନ୍ତି ଆଙ୍ଗୁଠିର ଛାପ, ଏହା ପଛର କାରଣ ଜାଣନ୍ତି?

ଆଜିର ସମୟରେ, ପୁରୁଣାକାଳିଆ ଲୋକମାନେ ଆମକୁ କ’ଣ କୁହନ୍ତି ତାହା ବୁଝିବା ଟିକେ କଷ୍ଟକର ହୋଇଯାଏ, ବିଶେଷକରି ଯେତେବେଳେ ଆମେ ସେଗୁଡ଼ିକୁ କେବଳ ଏକ ପୁରୁଣା...

ସର୍ବଭାରତୀୟ JEE ମେନ୍‌ରେ ଛତ୍ରପୁରର ବିଷ୍ଣୁଙ୍କ ସଫଳତା

ଛତ୍ରପୁର,୨୦।୪(ସନ୍ତୋଷ ପାଢ଼ୀ ): ସଦ୍ୟ ପ୍ରକାଶିତ JEE ମେନ୍‌ ୨୦୨୫ ପରୀକ୍ଷାରେ ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଷ୍ଣୁପ୍ରସାଦ ଶତପଥୀ ୯୯.୯୩% ମାର୍କ ରଖିଛନ୍ତି ।...

Archana Nag: ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ବଡ଼ ଖବର, ସାରା ରାଜ୍ୟରେ ଚହଳ

ଭୁବନେଶ୍ୱର,୨୦।୪: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।...

ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ...

ନିଦରୁ ଉଠିଲାବେଳକୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଟଙ୍କା

କାକଟପୁର,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍‌। ଏପରି ପୁଣି ଏକ ଘଟଣା...

ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ

ନୂଆପଡ଼ା,୨୦ା୪(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ମେ’ ୨୦ରୁ ମଣ୍ଡି ଖୋଲି...

ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ପଟ୍ଟା ସଂଶୋଧନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ଧାରଣା

ନୂଆପଡା,୨୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଛତିଶଗଡ଼ ସୀମାନ୍ତ ଚୁଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁ ଅଧିନ ୮ଟି ପଡାର ଅଧିବାସୀମାନେ ବିଭିନ୍ନ ଦାବି ନେଇ...

ଶ୍ରମିକଙ୍କ ସମସ୍ୟା ସାମ଼ାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌

ନୂଆପଡ଼ା,୨୦ା୪(ମକାରୁ ବେମାଲ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦୁଇ ବରିଷ୍ଠ କର୍ମକର୍ତ୍ତା ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଓ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image