Categories: ଫୁରସତ

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ ଆରମ୍ଭ କରି ମେହେନ୍ଦୀ ହଳଦୀ  ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଲୋକେ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଖାଦ୍ୟ ଏବଂ ପାନୀୟ ସହିତ ଅନେକ କିଛି  ଉତ୍କୃଷ୍ଟ ବ୍ୟବସ୍ଥା ମଧ୍ୟ ରହିଛି।
ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବଡ ଏକ ବିବାହ ଭୋଜିରେ  ଅତିଥି  ରୁଟି ଶେକୁଥିବା ଦେଖିବାକୁ ମିଳୁଛି।
ଏକ୍ସରେ (@ ୱୋକେ ପାଣ୍ଡେମିକ)ନାମକ ଜଣେ ୟୁଜର୍ସ  ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହାର କ୍ୟାପଶନରେ ଲେଖା ହୋଇଛି,  ବଡ ପାର୍ଟିରେ ନୂଆ କଥା, ନିଜର ରୁଟି ତିଆରି କରନ୍ତୁ । ୧୨ ସେକେଣ୍ଡର କ୍ଲିପରେ ଏହା ଦେଖିବାକୁ ମିଳୁଛି ଯେ, ଅତିଥିମାନେ ପ୍ଲେଟ ସହିତ ଖାଦ୍ୟ ଷ୍ଟଲରେ ଠିଆ ହୋଇଛନ୍ତି। ପରେ  ନିଜ ରୁଟି ନିଜେ ଶେକୁଛନ୍ତି। ଏହି ଭିଡିଓକୁ  ଅନେକ ଲାଇକ୍‌ କରିଥିବା ବେଳେ ଅନେକ  କମେଣ୍ଟ ଦେଇଛନ୍ତି ।  କେହି କେହି ପ୍ରତିକ୍ରିୟା ଦେଇ ଲେଖିଛନ୍ତି ବାସନ ସଫା କରେଇ

 

Share