Categories: ଜାତୀୟ

ଅତିଥିଙ୍କୁ ଉପହାର ମିଳିବ ସ୍ବତନ୍ତ୍ର ରୁପା ମୁଦ୍ରା

ଅଯୋଧ୍ୟା, ୪।୮: ରାମମନ୍ଦିରର ଭୂମି ପୂଜନ ଉତ୍ସବ ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଶୁଭାରମ୍ଭ ହେବ। କାର୍ଯ୍ୟକ୍ରରେ ଯୋଗଦେବା ପାଇଁ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ଏହି ଅବସରରେ ସେମାନଙ୍କୁ ସ୍ବତନ୍ତ୍ର ରୁପା ମୁଦ୍ରା ଉପହାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ରୁପା ମୁଦ୍ରାର ଗୋଟିଏ ପଟେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ହନୁମାନଙ୍କ ଚିତ୍ର ରହିଛି। ଅନ୍ୟପଟେ ୫.୮.୨୦୨୦ ଖୋଦିତ ହୋଇଛି। ଏହା ସହିତ ହିନ୍ଦୀରେ ଅଯୋଧ୍ୟା ମଧ୍ୟ ଲେଖା ଯାଇଛି। ରାମଜନ୍ମ ଭୂମି ନ୍ୟାସ ପକ୍ଷରୁ ଏହି ମୁଦ୍ରା ଉତ୍ସବରେ ଯୋଗଦେଇଥିବା ଗଣମାନ୍ୟ ବ୍ୟକ୍ତି ଏବଂ ଅତିଥିଙ୍କୁ ପ୍ରଦାନ କରାଯିବ।

Share