Categories: ଜାତୀୟ

ଆତଙ୍କବାଦୀ ସଙ୍ଗଠନର ଗାଇଡ ହାଜି ଆରିଫ ନିହତ

ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନୀ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସ ସହ ଆତଙ୍କବାଦୀ ସଙ୍ଗଠନକୁ ବଡ ଝଟକା ଲାଗିଛି । ଶୁକ୍ରବାର ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନର ଜଣେ ବଡ ଗାଇଡ ହାଜି ଆରିଫ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ନିହତ ହୋଇଛନ୍ତି । ଏହାସହ ତାଙ୍କର ଦୁଇ ସାଥିଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଜାରି ରହିଥିବା ସୂଚନା ରହିଛି । ହାଜି ଆରିଫ ପ୍ରଥମେ ପାକିସ୍ତାନୀ ସେନାରେ କାମ କରୁଥିଲେ । ହେଲେ ଆତଙ୍କବାଦୀ ଜମି ସହ ତାଙ୍କ ସମ୍ପର୍କକୁ ଦେଖି ପାକିସ୍ତାନ ପ୍ରଶାସନ ତାଙ୍କୁ ସୀମା ନିକଟରେ ଜାଗା ଦେଇ ଦେଇଥିଲେ ଓ ତାଙ୍କୁ ପାକିସ୍ତାନର ଧାରକୁଣ୍ଡି ଖୁରୈଟା ସେକ୍ଟରର ଲଞ୍ଚ ପ୍ୟାଡ କମାଣ୍ଡର କରି ଦିଆଯାଇଥିଲା ।
ସୁରକ୍ଷା ଏଜେନ୍ସିକୁ ସୂଚନା ରହିଥିଲା କି ଏଲଓସି ନିକଟରେ ୫-୬ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଭିମ୍ବର ଗଳି ଓ ଏହାର ଆଖପାଖ ଅଞ୍ଚଳରେ ଜଗି ରହିଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

Share