ଫେବୃଆରୀ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ୧ରୁ ଖୋଲିବ ଅଙ୍ଗନଓ୍ବାଡି

ଭୁବନେଶ୍ୱର, ୩୦।୧(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ମାସରେ ଗାଇଡ୍‌ଲାଇନ ଜାରି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ସରକାର ଫେବୃଆରୀ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ନୂଆ ଗାଇଡ୍‌ଲାଇନ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । ଆସନ୍ତା ୧ ତାରିଖରୁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଜାରି କରାଯାଇଥିବା ଗାଇଡ୍‌ଲାଇନରେ ବିଭିନ୍ନ କ୍ଷେତ୍ରକୁ ଅନୁମତି ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଲା:
୧- କେନ୍ଦ୍ର ଗାଇଡ୍‌ଲାଇନ ମାନି ସତର୍କତାର ସହ କଣ୍ଟେନମେଣ୍ଟ ହୋଇପାରିବ
୨- ଜିଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
୩- ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି
୪- ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍‌ ପାଇଁ ମିଳିବ ଅନୁମତି
୫- ଖୋଲା ଜାଗାରେ ପଡ଼ିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
୬- ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି
୭- ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କାନିଂ ଜରୁରୀ
୮- ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍‌ଓପି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି
୯-ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବେ ବୈଷୟିକ ଶିକ୍ଷା ବିଭାଗ ୧୦- ଏସ୍‌ଓପି ମାନି ଖୋଲିପାରିବ ସିନେମା ହଲ ଓ ଥିଏଟର
୧୧- ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା ଓ ଖୋଲାମଞ୍ଚ

Share