ଏପ୍ରିଲ ପାଇଁ ଗାଇଡ୍‌ଲାଇନ୍‌ ଜାରି, ଜାଣନ୍ତୁ କ’ଣ ରହିଛି ଏଥିରେ

ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ବୁଧବାର ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ ୧ରୁ ୩୦ ତାରିଖ ଯାଏ ଲାଗୁ ହେବ।

କ’ଣ ରହିଛି ଗାଇଡ୍‌ଲାଇନ୍‌ରେ ଜାଣନ୍ତୁ:

– ସତର୍କତାର ସହ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଦେଶ

– ଜିଲାପାଳ ଘୋଷଣା କରିପାରିବେ କଣ୍ଟେନ୍‌ମେଣ୍ଟ ଜୋନ୍‌

– ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ

– ଘରକୁ ଘର ହେବ ସର୍ଭେ,ଆରଟିପିସିଆର ଟେଷ୍ଟକୁ ଅଧିକ କରାଯିବାକୁ ନିର୍ଦ୍ଦେଶ

– ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

– ସାମାଜିକ, ରାଜନୈତିକ ଏବଂ ଧାର୍ମିକ ସମାବେଶରେ ୨୦୦ ଲୋକଙ୍କୁ ଅନୁମତି ରହିଛି।

Share