ବସ୍‌ ଚଳାଚଳ ପାଇଁ ଜାରି ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧ା୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ଦେଖି କଟକଣାକୁ ଜୁଲାଇ ୧୬  ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲାରେ ବସ୍‌ ଚଳାଚଳକୁ ବି ଅନୁମତି ଦିଆଯାଇଛି। ତେବେ ବସ୍‌ ଚଳାଚଳ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି କହିଛନ୍ତି।

ସେ କହିଛନ୍ତି, ବସ୍‌ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ଆର୍‌ଟିଓ ଏବଂ ବସ୍‌ ସଂଘଗୁଡ଼ିକୁ ଗାଇଡ୍‌ଲାଇନ୍‌ ଦିଆଯିବ। ବସ୍‌ରେ ଥିବା ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀମାନେ ଯାଇପାରିବେ। ବସ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ‘ଏ’ କାଟାଗୋରୀରେ ଥିବା ବସ୍‌ ‘ବି’ କାଟାଗୋରୀ ଅଞ୍ଚଳକୁ ଚଳାଚଳ କରିପାରିବ ନାହିଁ।

Share