Categories: ଜାତୀୟ

ଡିସେମ୍ବର ପାଇଁ ଆସିଲା ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡ୍‌ଲାଇନରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡ୍‌ଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। ସ୍ବାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣକୁ କେବଳ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍‌ରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ୱ ଦିଆଯିବ। ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ୍‌ କର୍ଫ୍ୟୁ ଜାରି କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ ପାଇଁ ଅନୁମତି ନାହିଁ। ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଇଛି ଗୃହ ମନ୍ତ୍ରଣାଳୟ। ୫୦ ଜଣ ଦର୍ଶକଙ୍କୁ ନେଇ ଚାଲି ପାରିବ ସିନେମା ହଲ ଓ ଥିଏଟର। କ୍ରୀଡାବିତ୍‌ଙ୍କ ପାଇଁ ସୁଇମିଂ ପୁଲ ଖୋଲା ରଖିବାକୁ ଅନୁମତି ମିଳିଛି। ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍‌ ଖୋଲାଯିବାକୁ ଅନୁମତି ମିଳିଛି । ସାମାଜିକ, କ୍ରୀଡା, ମନୋରଞ୍ଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ରହିଛି। ବନ୍ଦ ଥିବା ଘରେ ଧାର୍ଯ୍ୟ ସିଟ୍‌ର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ମିଳିବ ଅନୁମତି। ହଲ ଭିତରେ ସର୍ବାଧିକ ୨ ଶହ ଲୋକଙ୍କୁ ବସିବାକୁ ଅନୁମତି ମିଳିବ। ପରିସ୍ଥିତି ଦେଖି ରାଜ୍ୟ ସରକାର ତାକୁ ୧୦୦କୁ ହ୍ରାସ କରିପାରିବେ। ଖୋଲା ଅଞ୍ଚଳରେ ସ୍ଥାନ ଦେଖି ଲୋକସଂଖ୍ୟା ସ୍ଥିର କରାଯିବ। ରାଜ୍ୟ ଭିତରେ ବା ରାଜ୍ୟ ବାହାରେ ଆତଯାତ ନେଇ କଟକଣା ନାହିଁ । କେବଳ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକୁ ବାଦ୍‌ ଦେଲେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ, ଛୋଟ ଶିଶୁ ଏବଂ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ । ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Share