ଏଣିକି ପୂର୍ଣ୍ଣ ସାମର୍ଥ୍ୟରେ ଚାଲିବ ଅଫିସ; ସଂକ୍ରମିତ ହେଲେ ମିଳିବ ୭ ଦିନ ଛୁଟି

ଭୁବନେଶ୍ୱର,୧ା୨(ବ୍ୟୁରୋ):  କୋଭିଡ୍‌-୧୯ ସଂକ୍ରମିତ ହେଲେ ସରକାରୀ କର୍ମଚାରୀଙ୍କୁ ୭ଦିନ ଛୁଟି ମିଳିବ। ଏହାଠାରୁ କର୍ମଚାରୀମାନେ ଯଦି ଅଧିକ ଦିନ ରହିବେ ତେବେ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଆଣିବାକୁ ପଡ଼ିବ। ସାଧାରଣ ପ୍ରଶାସନ ବିଭାଗ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ଜିଲା ପ୍ରଶାସନ, ବିଭିନ୍ନ ବିଭାଗ, ଆରଡିସି ଏବଂ ଜିଲାପାଳମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିସହିତ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଫେବୃୟାରୀ ପହିଲାରୁ ସରକାରୀ କାର୍ଯ୍ୟାଳୟ ଚାଲିବ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଫେବୃୟାରୀ ମାସ ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନରେ ଏହା ଉଲ୍ଲେଖ କରାଯାଇଛି। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ଣ୍ଣ ସାମର୍ଥ୍ୟରେ ଚାଲିବ।

Share