ଆଗକୁ ଜିମ୍‌, ଯୋଗକେନ୍ଦ୍ର ଯିବାକୁ ଭାବିଛନ୍ତି କି.. , ଜାଣନ୍ତୁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩।୨(ବ୍ୟୁରୋ): ଅଗଷ୍ଟ ୫ ତାରିଖରୁ ଜିମ୍‌ ଏବଂ ଯୋଗକେନ୍ଦ୍ର ଖୋଲିବ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହା କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଖୋଲିବ। ଯୋଗ ବା ବ୍ୟାୟାମ ସମୟରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଯଦି ଯୋଗାଭ୍ୟାସ କରିବାକୁ ଯାଉଛନ୍ତି ସାଥିରେ ମ୍ୟାଟ୍‌ ନେବାକୁ କୁହାଯାଇଛି। ସେହିପରି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ଯୋଗାଭ୍ୟାସ, ବ୍ୟାୟାମରୁ ନିବୃତ୍ତ ରହିବେ। ଜିମ୍‌ ଏବଂ ଯୋଗକେନ୍ଦ୍ରର ଶୌଚାଳୟ ବ୍ୟବହାର ପୂର୍ବରୁ ଏବଂ ପରେ ସାନିଟାଇଜ କରାଯିବ। ରୁମ୍‌ ସଫା ହେବା ସହ ଜିମ୍‌ର ବ୍ୟାୟାମ ଉପକରଣ ପାଖରେ ସାନିଟାଇଜର ରଖାଯିବ। ଉପକରଣ ଛୁଇଁବା ପୂର୍ବରୁ ହାତକୁ ସାନିଟାଇଜ୍‌ କରିବେ। ଉଭୟ ସ୍ଥାନରେ ଲୋକଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। ଏସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ।

Share