କପିଳାଶ ଜାଗର ଯାତ୍ରା ପାଇଁ କଟକଣା: ଜିଲାବାସୀଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଢେଙ୍କାନାଳ ଅଫିସ, ୪।୩: ଆସନ୍ତା ୧୧ ତାରିଖରେ ପଡ଼ୁଛି ମହା ଶିବରାତ୍ରୀ। ଏହି ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି। ଜାଗର ଯାତ୍ରାରେ ଜିଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । ଏପରିକି କୋଭିଡ୍‌ ଗାଇଡ୍‌ ଲାଇନ ମଧ୍ୟରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଜାଗର ଯାତ୍ରା ପୂର୍ବରୁ କପିଳାଶ ପୀଠର ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କ ମାଧ୍ୟମରେ ନୀତିକାନ୍ତି କରାଯିବ ।

ଏପରିକି ଚଳିତ ବର୍ଷ ପଲିଥିନ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ଢେଙ୍କାନାଳର ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ କପିଳାଶ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।

Share