ନୂଆଦିଲ୍ଲୀ,୨୭ା୭: କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ ୨୧ ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି। ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ବୋଲି ଏହି ଗାଇଡ୍ଲାଇନ୍ରେ ଦର୍ଶାଯାଇଛି। ଏହା ସହିତ ରୋଗୀମାନେ ସାଧାରଣ ଜୀବନରେ ବାହାରକୁ ଯିବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀରେ ମଙ୍କିପକ୍ସର ଏକ ମାମଲା ଚିହ୍ନଟ ହୋଇଥିଲା। ଏହା ପୂର୍ବରୁ କେରଳରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ ମଙ୍କିପକ୍ସଙ୍କ ଆକ୍ରାନ୍ତ ୪ରେ ପହଞ୍ଚିଛି।