କ୍ୱାରାଣ୍ଟାଇନ୍‌ରେ ରହିବା ନେଇ ଜାରି ହେଲା ଗାଇଡ୍‌ଲାଇନ୍‌, ଜାଣି ରଖନ୍ତୁ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ରାଜ୍ୟରେ କରୋନା ପଜିଟିଭ୍‌ ବଢ଼ୁଥିବା ବେଳେ ପଜିଟିଭ ଚିହ୍ନଟ ହେଲେ ସଂକ୍ରମିତ ୭ ଦିନ ହୋମ ଆଇସୋଲେଶନରେ ରହିବେ । କୌଣସି ଲକ୍ଷଣ ଯଦି ଦେଖା ଯାଉନାହିଁ, ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ସାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘରେ ସଂଗରୋଧ ରହିବା ନେଇ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ନ ଥିବା ବ୍ୟକ୍ତି ଟେଷ୍ଟିଂ ପରେ ହୋମ ଆଇସୋଲେଶନରେ ରହି ପାରିବେ । ୬୦ରୁ ଅଧିକ କିମ୍ବା ଏକାଧିକ ରୋଗରେ ପୀଡିତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେଶନରେ ରହିପାରିବେ ।
ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେଶନରେ ରହି ପାରିବେ । ୭ ଦିନରେ ଲଗାତାର ୩ ଦିନ ଜର ନ ଆସିଲେ ହୋମଆଇସୋଲେଶନ ଅବଧି ସରିବ । ଏଥିସହ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଲକ୍ଷଣହୀନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଦୌ ଟେଷ୍ଟ କରିବାର ଦରକାର ନାହିଁ । କରୋନା ଭାରିଆଣ୍ଟ ଓମିକ୍ରନ ଦେଶରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । କିନ୍ତୁ ଏହାର ପ୍ରଭାବ ଦିତୀୟ ଲହର ତୂଳନାରେ କମ ରହିଛି। ତେବେ ସତର୍କ ରହିବା ସହ ମାସ ମାସ୍କ ହିଁ ଏକ ମାତ୍ର ରାସ୍ତା।

Share