ଜାରି ହେଲା ଅଗଷ୍ଟ ମାସ ପାଇଁ ଗାଇଡଲାଇନ; ଜାଣନ୍ତୁ କଣ ରହିବ ଖୋଲା, କଣ ପଡିବ ତାଲା ?

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନଜର ପକାନ୍ତୁ ଅଗଷ୍ଟ ପାଇଁ ରାଜ୍ୟ ସରକାର କରିଥିବା ନୂଆ ଗାଇଡଲାଇନରେ କ’ଣ କଟକଣା, କ’ଣ କୋହଳ?

କ’ଣ ଖୋଲା ?
ସମସ୍ତ ସରକାରୀ ବ୍ୟବସ୍ଥା ଜାରି ରହିବ
ଓଲା ଓ ଉବେର ଗାଡ଼ି ସେବା ଜାରି ରହିବ
ସେଲୁନ, ବିଉଟି ପାର୍ଲର ଖୋଲିବ
ଅଗଷ୍ଟ ୫ରୁ ଖୋଲିବ ଯୋଗ କେନ୍ଦ୍ର ଓ ଜିମ
ଦୋକାନ, ବଜାର ଖୋଲିବ
ଅର୍ଥନୈତିକ କାର୍ଯ୍ୟକଳାପ ଚାଲିବ
ଇ-କର୍ମସ ଜାରି ରହିବ
ସ୍କୁଲ, କଲେଜ ବନ୍ଦ ମାତ୍ର ପରୀକ୍ଷା ହେବ ଓ ଖାତାଦେଖା ଚାଲିବ
ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ଯାତାୟତ ଚାଲିବ

କ’ଣ ବନ୍ଦ?
୪ ଜିଲା ଓ ଗୋଟିଏ ସହରରେ ୨ ଦିନିଆ ସାପ୍ତାହିକ ଶଟଡାଉନ୍‌
ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲାରେ ଶନିବାର, ରବିବାର ଶଟଡାଉନ
ଅଗଷ୍ଟ ୩୧ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ ବନ୍ଦ
ଅଗଷ୍ଟ ୩୧ ଯାଏ ବନ୍ଦ ରହିବ ସ୍କୁଲ, କଲେଜ
ଧାମିର୍ର୍କ, ସାମାଜିକ, ସାଂସ୍କୃତିକ, ରାଜନୈତିକ ସମାବେଶ ବନ୍ଦ
ପୂର୍ବଭଳି ଜାରି ରହିବ ନାଇଟ କର୍ଫ୍ୟୁ
ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ଓ କାର୍ଯ୍ୟାଳୟ
କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ

Share