ଭୁବନେଶ୍ୱର,୨୪।୨(ବ୍ୟୁରୋ) : ମାର୍ଚ୍ଚ ୧ରୁ ବୟସ୍କମାନଙ୍କୁ ଟିକାକରଣ ନେଇ ଗାଇଡ୍ଲାଇନ ଜାରି କରାଯାଇଛି। ଏନେଇ ସମସ୍ତ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ଗାଇଡ୍ଲାଇନ ପଠାଇଛନ୍ତି। ରବିବାରକୁ ବାଦ୍ ଦେଇ ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯିବ। ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍ ରହିବେ। ଅନ୍ୟ ସ୍ବାସ୍ଥ୍ୟସେବାରେ ଲାଗିଥିବା ଏଏନ୍ଏମଙ୍କୁ ଟିକାକରଣ କାର୍ଯ୍ୟରେ ଲଗାଯିବନାହିଁ। ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଫେବୃୟାରୀ ୨୮ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଜାନୁୟାରୀ ୧୬ରୁ ଫେବୃୟାରୀ ୨୪ ପର୍ଯ୍ୟନ୍ତ ପ୍ରାୟ ୧.୦୭ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଛି। ଦେଶରେ ଟିକାକରଣ ହୋଇସାରିଥିଲେ ମଧ୍ୟ ମହାରାଷ୍ଟ୍ର-କେରଳ ଭଳି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।