ଟିକା ପରିବହନ ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୯।୧(ପି.ଟି.): କୋଭିଡ୍‌ ଟିକା ପରିବହନ ଯୋଜନାରେ ଥିବା ସମସ୍ତ ବିମାନ ଅପରେଟରଙ୍କ ପାଇଁ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଶୁକ୍ରବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ଟିକାକୁ ଡ୍ରାଏ ଆଇସ୍‌ରେ ପ୍ୟାକ୍‌ କରି ଦେଶର ବିଭିନ୍ନ ସ୍ଥାନକୁ ନେବାକୁ ହେବ। ବିମାନର ଯାତ୍ରୀ କ୍ୟାବିନରେ ନେଲାବେଳେ ସମ୍ଭାବ୍ୟ ପରିବହନ ଜନିତ ବିପଦର ମୁକାବିଲା ଲାଗି କର୍ମଚାରୀମାନେ ତାଲିମ ନେବା ଆବଶ୍ୟକ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ସ୍ବାଭାବିକ୍‌ ବାୟୁମଣ୍ଡଳୀୟ ଚାପରେ ଡ୍ରାଏ ଆଇସ୍‌ କାର୍ବନ ଡାଇଅକ୍ସାଇଡ୍‌କୁ ବିଯୁକ୍ତ ୭୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ପହଞ୍ଚାଇପାରିବ। ସେଥିପାଇଁ ଏହାକୁ ‘ବିପଜ୍ଜନକ ସାମଗ୍ରୀ’ ତାଲିକାରେ ସାମିଲ କରାଯାଇଛି। ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ କ୍ୟାବିନରେ ଯଥେଷ୍ଟ ସଂଖ୍ୟାରେ କାର୍ବନ ଡାଇଅକ୍ସାଇଡ୍‌ ଡିଟେକ୍ଟର ରଖିବାକୁ ଡିଜିସିଏ କହିଛି।

Share