ଚିଡ଼ିଆଖାନା, ହରିଣ ପାର୍କ ପାଇଁ ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର, ୩୦।୯(ବ୍ୟୁରୋ)- ରାଜ୍ୟରେ ଥିବା ଚିଡ଼ିଆଖାନା ଓ ହରିଣ ପାର୍କ ଆସନ୍ତା ୪ ରୁ ଖୋଲିବ। ଖୋଳିବା ପୂର୍ବରୁ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି। ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ଗାଇଡ଼ଲାଇନ ଜାରି କରାଯାଇଛି। ପର୍ଯ୍ୟଟକ, କର୍ମଚାରୀ ଓ ପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଗାଇଡ଼ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଗାଇଡ଼ଲାଇନ ଅନୁସାରେ ବଡ଼ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ୧୫ ଶହ ପର୍ଯ୍ୟଟକ, ଛୋଟ ପ୍ରାଣୀ ଉଦ୍ୟାନକୁ ୭୫୦ ଓ ସବୁଠାରୁ ଛୋଟ ବା ହରିଣ ପାର୍କକୁ ସର୍ବାଧିକ ୩୦୦ ପର୍ଯ୍ୟଟକ ଯାଇପାରିବେ। ଏହାସହ ପର୍ଯ୍ୟଟକମାନଙ୍କୁ ଅନଲାଇନରେ ଟିକେଟ ମିଳିବ। ବିନା ମାସ୍କରେ ପର୍ଯ୍ୟଟକମାନଙ୍କୁ ଚିଡ଼ିଆଖାନା ଭିତରକୁ ଛଡ଼ାଯିବ ନାହିଁ। ଜର, ଥଣ୍ଡା ଓ କାଶ ଥିଲେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ପ୍ରବେଶ ଦ୍ୱାରରେ ଦେହର ତାପମାତ୍ରା ମଧ୍ୟ ମପାଯିବ। ବରିଷ୍ଠ ନାଗରିକ ଓ ଶିଶୁମାନଙ୍କୁ ଚିଡ଼ିଆଖାନା ନ ବୁଲିବା ପାଇଁ ପରାମର୍ଶ ଦିଆଯାଇଛି।

Share